ପ୍ରେମରେ ବିଫଳ କାରଣରୁ ଯୁବକଙ୍କ ଆତ୍ମହତ୍ୟା
ଅନୁଗୁଳ: ପ୍ରେମରେ ବିଫଳ କାରଣରୁ ଯୁବକଙ୍କ ଆତ୍ମହତ୍ୟା ଘଟଣା ଏବେ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଆମ୍ବସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବନ୍ଧ ଗାଁ ଜଣେ ଯୁବକ ପ୍ରେମଜନିତ କାରଣରୁ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଜଣକ ହେଉଛନ୍ତି ମାନସ ନାୟକ ଏବଂ ମାନସଙ୍କର ବୟସ ୨୧ ବର୍ଷ ବୋଲି ଜଣାପଡିଛି। ଗତକାଲି ମାନସ ବିଳମ୍ବିତ ରାତିରେ ବନ୍ଧ ଗାଁ ଗ୍ରାମର ଉପେନ୍ଦ୍ର ନାଥଙ୍କ ଖଳାରେ ଥିବା ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରେମଜନିତ କାରଣରୁ ମାନସ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅସୁଯାୟୀ ମାନସ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଏଥିରେ ମାନସଙ୍କ ପରିବାର ରାଜି ନ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ଘଟଣା ସଂପର୍କରେ ଖବର ପାଇ ଠାକୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.