ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ ତଲବ
ଭୁବନେଶ୍ୱର: ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଏପଟେ କୋହଲା ପାଗରେ କଲବଲ ହେଉଛନ୍ତି ଚାଷୀ । ବିଲରେ ପାଚିଲା ଧାନ ନଷ୍ଟ ହେଉଛି । ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷା ଯୋଗୁଁ ଉଭୟ ଖରିଫ ଓ ରବି ଫସଲ ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଛି । ବିଲରେ ଧାନ ଫସଲ ପାଣିରେ ଭାସୁଥିବାବେଳେ ମଣ୍ଡିରେ ଧାନ ଭିଜିଯାଇଛି । ଅଦିନିଆ ବର୍ଷା ଯୋଗୁଁ ନବରଙ୍ଗପୁର, ସୋନପୁର ସମେତ ବିଭିନ୍ନ ସ୍ଥାନରେ ଚାଷୀଙ୍କ ଚିନ୍ତା ବଢିଯାଇଛି । କେଉଁଠି ବିଲରେ ପାଣି ଜମି ରହିଛି ତ କେଉଁଠି ଧାନ ବସ୍ତା ବତରୁଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ସୋନପୁରରେ ଏଭଳି ଘଟଣା ନଜରକୁ ଆସିଛି । ଶହ ଶହ ବସ୍ତା ଧାନ ପାଣିରେ ବତୁରି ନଷ୍ଟ ହେବାକୁ ବିସିଛି ।
ତେବେ ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡ କହିଛନ୍ତି ।
Comments are closed.