ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଇର୍ଫାନ ପଠାନ୍
ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ବକପ୍ ହିରୋ ଇର୍ଫାନ ପଠାନ୍ ତଥା ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଅଲରାଉଣ୍ଡର ବୋଲର ଇର୍ଫାନ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଶନିବାର ଷ୍ଟାର୍ ସ୍ପୋଟର୍ସର ଚ୍ୟାନେଲର ଷ୍ଟୁଡିଓରେ ଉପସ୍ଥିତ ରହି ସେ ନିଜର ଅବସର ଘୋଷଣା କରିଛନ୍ତି।
ଇର୍ଫାନ ନିଜର ଅବସର ଘୋଷଣା କରିବା ସହ ଏହାମଧ୍ୟ କହିଛନ୍ତି ଯେ, ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିବେ। ଏହାସହ ବିଭିନ୍ନ ପ୍ରକାର ଫ୍ରାଞ୍ଚାଇଜ୍ କ୍ରିକେଟରେ ମଧ୍ୟ ସେ ନିଜର ଖେଳ ଜାରି ରଖିବେ।୨୦୦୩ ମସିହାରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ଏହି ଖେଳାଳି ବହୁ ବର୍ଷ ଧରି ଭାରତୀୟ ଦଳର ସଦସ୍ୟ ରହିଥିଲେ। ଏହାସହ ଟେଷ୍ଟର ପ୍ରଥମ ଓଭରର ହାଟ୍ରିକ୍ ୱିକେଟ୍ ନେବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି। ଏଥିସହିତ ଦିନିକିଆରେ ମଧ୍ୟ ସେ ଭାରତର ପ୍ରମୁଖ ଦ୍ରୁତ ବୋଲର ହୋଇପାରିଥିଲେ।
India's 2007 T-20 WC star Irfan Pathan announces retirement
Read @ANI Story | https://t.co/9ih0Gkr2uD pic.twitter.com/749MhuuzKO
— ANI Digital (@ani_digital) January 4, 2020
ଦ୍ରୁତ ବୋଲିଂ ସହ ତାଙ୍କର ବ୍ୟାଟିଂ ଦକ୍ଷତା ଦଳ ପାଇଁ ଲାଭ ଦାୟକ ହେଉଥିଲା। ଏପରିକି କେତେକ ଅନ୍ତର୍ଜାତୀୟ କ୍ରିକେଟରେ ସେ ଦଳ ପାଇଁ ଓପନିଂ ବ୍ୟାଟିଂ ମଧ୍ୟ କରିଛନ୍ତି। ୨୦୦୭ ମସିହାରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନକୁ ହରାଇ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ଫାଇନାଲ୍ ହୋଇଥିଲେ ଇର୍ଫାନ ପଠାନ। ତାଙ୍କର ଚତ୍ମକାର ବୋଲିଂ ପାକିସ୍ତାନର ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲା।
ଏହାପରେ ତାଙ୍କର ଆହତ ଜନିତ ସମସ୍ୟା ଓ ଖରାପ ଫର୍ମ ପାଇଁ ସେ ଦଳଠୁ ଦୂରେଇ ରହିଥିଲେ। ଶେଷ ଥର ପାଇଁ ସେ ୨୦୧୨ ମସିହାରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ଏହାପରେ ତାଙ୍କୁ ଆଇପିଏଲର କେତେକ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଭାଷ୍ୟକାର ଭାବେ ମଧ୍ୟ ନଜର ଆସୁଛନ୍ତି।
ସୂଚନାଥାଉକି, ଇର୍ଫାନ୍ ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍, ୧୨୦ ଟି ଦିନିକିଆ ମ୍ୟାଚ୍ ଖେଳିବା ସହ ୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
Comments are closed.