ପାରାଦୀପରେ କାଉ ମଡ଼କ

ପାରାଦୀପ: ପାରାଦୀପର ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି । ପାରାଦୀପ ମେଡ଼ିକାଲ ପରିସର, ବଡ଼ ପଡିଆ ମାର୍କେଟ୍ ଭଳି ଜନଗହଳିପୂର୍ଣ୍ଣ ଅନେକ ସ୍ଥାନରେ କାଉ ମରି ପଡିଛନ୍ତି । ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।
ତେବେ ଏହି କାଉ କେଉଁ କାରଣରୁ ମରୁଛନ୍ତି ତାହା ସ୍ପଷ୍ଟଭାବେ ଜଣାପଡିନାହିଁ । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କାଉଗୁଡିକର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।
Comments are closed.