ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ଶ୍ରଦ୍ଧାଳୁ

ପୁରୀ: ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ଶ୍ରଦ୍ଧାଳୁ। ପାକିସ୍ତାନରୁ ଆସିଥିବା ୧୨୦ ଜଣ ଶ୍ରଦ୍ଧାଳୁ ଶ୍ରୀ ମନ୍ଦିର ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ସେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି। ନୂଆବର୍ଷରେ ଏହି ପର୍ଯ୍ୟଟକ ମାନେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି।
ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍ ଖୁସି ଥିବା କହିଛନ୍ତି। ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି। ସେହିପରି ନାଗରିକତା ସଂଶୋଧନ ଆଇନ ନେଇ ମଧ୍ୟ ପାକିସ୍ତାନୀ ଶ୍ରଦ୍ଧାଳୁ ପ୍ରତିକ୍ରିୟା ରଖିଛନ୍ତି। କେବଳ ଏତିକି ନୁହେଁ ସିଏଏକୁ ସମସ୍ତେ ମାନିବା ଉଚିତ ବୋଲି ସେମାନେ କହିଛନ୍ତି।
Comments are closed.