Odisha Link
Bridging the Missing Links in Odisha

ଚର୍ଚ୍ଚାରେ ରାଜକୁମାରଙ୍କ ଲୁକ୍‌

ମୁମ୍ବାଇ : ବଲିଉଡ଼ ଅଭିନେତା ଓ ଅଭିନେତ୍ରୀ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି । ସେହିପରି ବଲିଉଡ୍ ଅଭିନେତା ରାଜକୁମାର ରାଓ ନିଜ ପ୍ରଶଂସକଙ୍କ ପାଇଁ କିଛି ନୂଆ ଚରିତ୍ରରେ ନଜ ଆସୁଛନ୍ତି ।

ରାଜକୁମାର ନିଜର ସବୁ ସିନେମାରେ ନିଜ ଚରିତ୍ରକୁ ନେଇ ବେଶ ସଚେନତ ରହିଥାନ୍ତି । ସେ ପ୍ରତି ସିନେମାରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି । ରାଜକୁମାର ଅନୁରାଗ ବାସୁ ଙ୍କ ନିର୍ଦ୍ଦେଶିତ ସିନେମା ଲୁଡୋ ପାଇଁ ନିଜର ଲୁକ୍ ବଦଳାଇ ଦେଇଛନ୍ତି । ସେ ପୁଅରୁ ଝିଅ ପାଲଟି ଯାଇଛନ୍ତି ।

ରାଜକୁମାର ନୂଆ ବର୍ଷରେ ନିଜ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ଏହି ଫଟୋରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି । ରାଜକୁମାର ସିନେମାରେ ଉଭୟ ଝିଅ ଓ ପୁଅ ଭୂମିକା ନିଭାଉଛନ୍ତି । ଯାହାର ପ୍ରଥମ ଝଲକ ସେ ନିଜ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ତାଙ୍କର ଏପରି ଲୁକକୁ ନେଇ ଅନେକ ଦର୍ଶକ ଆଲିଆ ଭଟ୍ଟ, ଓ କ୍ରିତି ସାନ୍ନନ ଙ୍କ ସହ ତୁଳନା କରିଛନ୍ତି ।

ଗୋଟେ ଫଟୋରେ ସେ ଲେହେଙ୍ଗା ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ବାଇକ ଉପରେ ବସିଛନ୍ତି। ସିନେମାଟି ଚଳିତ ବର୍ଷ ଅପ୍ରେଲ ୨୦ ସିନେପରଦା କୁ ଆସିବ। ରାଜକୁମାର ବ୍ୟତିତ ଅଭିଷେକ ବଚ୍ଚନ , ଫତିମା ସାନ୍ନା ,ଆଦିତ୍ୟ ରୟ କପୁର, ସଞ୍ଜୟ ମଲହୋତ୍ରା ସିନେମାରେ ନଜର ଆସିବେ।

Comments are closed.