ରଶ୍ମିଙ୍କୁ ଶୋ ଛାଡ଼ିବାକୁ କହିଲେ ସଲମାନ

ମୁମ୍ବାଇ : ଦର୍ଶକ ବିଗବସରେ ଉଇକେଣ୍ଡ କେ ବାରକୁ ଅପେକ୍ଷା କରି ରହିଥାନ୍ତି । କାରଣ ସେହି ଏପିଶୋଡ଼ରେ ସଲମାନ ଆସିଥାନ୍ତି ଓ ପୁରା ସପ୍ତାହରେ ଘଟିଥିବା ଘଟଣା ଆଲୋଚନା କରାଯାଇଥାଏ । ଏଥର ସଲମାନ ରଶ୍ମିଦେଶାଇ, ସିଦ୍ଦାର୍ଥ ଓ ଅସୀମ ଉପରେ ରାଗିବାର ଦେଖିବାକୁ ମିଳିବ ।
ଅସୀମ , ସିଦ୍ଦାର୍ଥ ଶୁକ୍ଲାଙ୍କ ବାପାଙ୍କୁ କ୍ରାୟେ ବେବି କହିଥିବାରୁ ସଲମାନ ତାଙ୍କ ଉପରେ ରାଗିଯାଇଥିଲେ । ସିଦ୍ଦାର୍ଥ ରାଗି ଯିବାପରେ ବହୁତ ଗାଳି ଓ ନିଜ ଭାଷା ଉପରେ ନିୟନ୍ତ୍ରଣ ନରଖୁଥିବାରୁ ନିଜ ସୀମା ଲଙ୍ଘି ଯିବା କଥା ସଲମାନ ମଧ୍ୟ କହିଥିଲେ ।
https://www.instagram.com/p/B63ttvtnAKy/
ସଲୁ ସବୁଠୁ ଅଧିକ ରଶ୍ମି ଦେଶାଇଙ୍କ ଉପରେ ରାଗି ଯାଇଥିଲେ । କାରଣ କ୍ୟାମେରା ମ୍ୟାନ ରଶ୍ମିଙ୍କ ନେଗେଟିଭ ଚରିତ୍ର ଦେଖଉଛନ୍ତି ବୋଲି କହିଥିଲେ । ତାଙ୍କୁ ଶୋରୁ ଚାଲିଯାବାକୁ ସଲମାନ କହି ବିଗବସ ଘରର କବାଟ ଖୋଲିବାକୁ କହିଥିଲେ ।
କିଛି ସମୟ ପରେ ଷ୍ଟେଜରେ ଅଜୟ ଦେବଗନ ଓ କାଜୋଲ ନିଜ ସିନେମାର ପ୍ରମୋଶନ ପାଇଁ ଆସିଥିବାର ଦେଖିବାକୁ ମିଳିବ । ଶୋ ଟି ଏବେ ଅଧିକ ଟିଆରପି ନେବାରେ ଲାଗିଛି ।
Comments are closed.