ଆଇସକ୍ରିମ୍ ଖାଇ ସୁଲେମାନୀଙ୍କ ମୃତ୍ୟୁର ଖୁସି ମନାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଇରାନର ଜେନେରାଲ କାସିମ୍ ସୁଲେମାନୀଙ୍କ ମୃତ୍ୟୁକୁ ନେଇ ସବୁଠୁ ଅଧିକ ଖୁସି ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୁଲେମାନୀଙ୍କ ମୃତ୍ୟୁ ଖବର ପାଇବା ପରେ ଟ୍ରମ୍ପ ପ୍ରଥମେ ଆଇସକ୍ରିମ୍ ଖାଇ ଖୁସି ମନାଇଥିବା ଜଣାପଡ଼ିଛି।ସୂଚନା ମୁତାବକ, ସୁଲେମାନୀ ନିହତ ହେବାର ଖବର ଆସିବା ପରେ ଟ୍ରମ୍ପ ମାର-ଏ-ଲୋଗୋ କ୍ଲବରେ ଆଇସକ୍ରିମ ଖାଇଥିଲେ। ରିପୋର୍ଟ ଅନୁସାରେ, ସିରିଆରେ ୨୦୧୭ରେ ମିସାଇଲ୍ ଆକ୍ରମଣ ପରେ ଟ୍ରମ୍ପ ଚକୋଲେଟ୍ ଖାଇ ଖୁସି ମନାଇଥିଲେ। ଏୟାର ଷ୍ଟ୍ରାଇକର ଠିକ୍ କିଛି ସମୟ ପରେ ଟ୍ରମ୍ପ ଆମେରିକାର ଜାତୀୟ ପତାକା ଟ୍ଵିଟ୍ କରି ବିଶ୍ୱବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। ଏହି ଟ୍ଵିଟରେ କେବଳ ଆମେରିକାର ପତାକା ରହିଥିଲା।
ଆଜି ଟ୍ରମ୍ପ ମିଡିଆ ସହ ଆଲୋଚନା କରି କହିଛନ୍ତି ଯେ, ସେ ଏହି ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ଇରାନ ସହିତ ବିବାଦ ପାଇଁ ସୁଲେମାନୀଙ୍କୁ ହତ୍ୟା କରାଯାଇନାହିଁ ବରଂ ସୁଲେମାନୀ ଆମେରିକାର ରାଷ୍ଟ୍ରଦୂତ ଓ ସୈନିକଙ୍କ ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲେ ସେଥିପାଇଁ ଆମେ ପାଲଟା ଜବାବ୍ ଦେଇଛୁ। ଇରାନ ସହିତ ଯୁଦ୍ଧକୁ ବନ୍ଦ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେ ଇରାନରେ କ୍ଷମତା ପରିବର୍ତ୍ତନ ଚାହୁଁନୁ କିନ୍ତୁ ଇରାନ ସରକାର ଛାୟା ଯୁଦ୍ଧ କରି ନିଜର ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଥିଲେ।
A statement from President @realDonaldTrump: pic.twitter.com/Jfy4GCLdif
— The White House 45 Archived (@WhiteHouse45) January 3, 2020
Comments are closed.