ପ୍ରକାଶ ପାଇଲା ୨୦୧୮ ଓଏଏସ୍ ରେଜଲ୍ଟ , ଦେବାଶିଷ ପଣ୍ଡା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଛି ୨୦୧୮ ଓଏଏସ୍ ରେଜଲ୍ଟ। ମୋଟ୍ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍ www.opsc.gov.in କୁ ଯାଇପାରିବେ।
୨୦୧୮ରେ ହୋଇଥିବା ଏହି ପରୀକ୍ଷାରେ ୨୧୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭୨ ଜଣ ମହିଳା ରହିଛନ୍ତି। ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୬ଜଣ ଝିଅ ଅଛନ୍ତି। କୃତକାର୍ଯ୍ୟ ହୋଇଥିବା ଏହି ପ୍ରାର୍ଥୀମାନେ ଓଡ଼ିଶା ସରକାରଙ୍କ ଗ୍ରୁପ-ଏ ଓ ଗ୍ରୁପ୍-ବି ବର୍ଗରେ ଚାକିରି କରିବାର ସୁଯୋଗ ପାଇବେ।
ଅନ୍ୟମାନଙ୍କ ମଧ୍ୟରେ ଋତୁପର୍ଣ୍ଣା ମହାପାତ୍ର ଦ୍ଵିତୀୟ, ଆକାଶ କୁମାର ପଣ୍ଡା ତୃତୀୟ, ସନ୍ତୋଷିନୀ ଦାଶ ଚତୁର୍ଥ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପଞ୍ଚମ, ଶକ୍ତିଶ୍ରୀ ଅନୀଲ ରଞ୍ଜନ ସାହୁ ଷଷ୍ଠ, ଶତାବ୍ଦୀ ରାୟ ସପ୍ତମ, ଦମୟନ୍ତୀ ସାହୁ ଅଷ୍ଟମ, ଶକ୍ତି ମହାପାତ୍ର ନବମ ଓ ସ୍ମରଣିକା ତୁଳ ଦଶମ ସ୍ଥାନରେ ରହିଛନ୍ତି।
Comments are closed.