ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆୟୁଷ୍ମାନ ସର୍ତ୍ତ
ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶାରେ ଅୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ବାରମ୍ବାର କହିଆସୁଛନ୍ତି । ତେବେ ଏନେଇ ରାଜ୍ୟ ସରକାର ୨ଟି ସର୍ତ୍ତ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ପ୍ରଥମଟି ହେଲା ସରକାରୀ ହସ୍ପିଟାଲରେ ଆଧାରକାର୍ଡ ବାଧ୍ୟତାମୂଳକ ନକରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେବେ ଘରୋଇ ହସ୍ପିଲରେ ପରିଚୟପତ୍ର ବାଧ୍ୟତାମୂଳକ ହେବାରେ କୌଣସି ଅସୁବିଧା ନାହିଁ ବାଲି ଶ୍ରୀ ଦାସ କହିଛନ୍ତି ।
ଦ୍ୱିତୀୟରେ ଆୟୁଷ୍ମାନରେ କେନ୍ଦ୍ର ସରକାର ୬୨ ଲକ୍ଷ ପରିବାରକୁ ସାମିଲ କରିବାର ବ୍ୟବସ୍ଥା କରିଛନ୍ତି । ତେବେ ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାରକୁ ସାମିଲ କରାଯାଉ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏ ବାବଦରେ ସେପ୍ଟେମ୍ବର ଓ ଡିସେମ୍ବରରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କିନ୍ତୁ ଏଯାଏଁ ଉତ୍ତର ଆସିନଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜଣାଯାଇଛି ।
Comments are closed.