Odisha Link
Bridging the Missing Links in Odisha

ଜୋରିମାନା ଦେଲେ ବିଜେଡି କର୍ମୀ

ଭୁବନେଶ୍ୱର: ବିନା ହେଲମେଟରେ ରାଲି କରିଥିବା ବିଜେଡି କର୍ମୀମାନେ ଶେଷରେ ଜୋରିମାନା ଦେଇଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି କର୍ମୀମାନେ ବିନା ହେଲମେଟରେ ରାଲି କରିଥିଲେ । ରାଜଧାନୀ ଭୁବନେଶ୍ୱରରେ ଏଭଳି ରାଲି ବେଳେ ଟ୍ରାଫିକ ପୁଲିସ ନଜରକୁ ଆସିଥିଲା । ଏନେଇ କେତେକଙ୍କୁ ଚାଲାଣ ଯାଇଥିବାବେଳେ ଆଉ କେତେକ ସ୍ୱଇଚ୍ଛାରେ ଜୋରିମାନା ଦେଇଛନ୍ତି । ପ୍ରାୟ ୫୦ ଜଣ ବିଜେଡି କର୍ମୀ ଜୋରିମାନା ଦେଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଗାଡ଼ି ଧରି ରାଲି କରିଥିଲେ । ରାଲିରେ ବାଇକ ପଛ ସିଟରେ ଦଳୀୟ ନେତା ଓ ସମର୍ଥକମାନେ ବସି ସେମାନଙ୍କୁ ସମର୍ଥନ କରୁଥିଲେ । ସେମାନେ ମଧ୍ୟ ହେଲମେଟ ପିନ୍ଧିନଥିଲେ। ଏହି ଘଟଣା ପୋଲିସ ଆଖି ଆଗରେ ଘଟିଥଲା । କିନ୍ତୁ ସେମାନଙ୍କ ନାଁରେ ଚାଲାଣ କାଟିବା ପରିବର୍ତ୍ତେ ସୁରକ୍ଷା ଦେଇଥିଲା ପୋଲିସ ।

Comments are closed.