ବଢ଼ିଲା ବସ ଭଡ଼ା

ଭୁବନେଶ୍ୱର: ଆଜି ସର୍ବସାଧାରଣ ପାଇଁ ବସ ଭଡ଼ା ବୃଦ୍ଧି ହୋଇଛି। ସାଧାରଣ ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବାବେଳେ ଏକ୍ସପ୍ରେସ ବସ ପାଇଁ ମଧ୍ୟ କିଲୋମିଟର ପିଛା ୧ ପଇସା ବଢିଛି। ସେହିପରି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଥିବାବେଳେ ଏସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଛି ।
ଅଟୋମେଟିକ ମେକାନିଜିମ ଅନୁଯାୟୀ ବସ ଭଡ଼ା ବଢିଥିବା ଜଣାପଡିଛି। ଡିଜେଲ ମୂଲ୍ୟ ଦିନକୁ ଦିନ ବଢୁଥିବାବେଳେ ଆମେରିକା-ଇରାନ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ପାଇଁ ଡିଜେଲ-ପେଟ୍ରୋଲ ମୂଲ୍ୟ ମଧ୍ୟ ବଢିଛି। ଏହାକୁ ଆଧାର କରି ବସ ଭଡ଼ା ମଧ୍ୟ ବଢ଼ିଥିବାର ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଅର୍ଡିନାରି ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବାବେଳେ ଏବେ ୭୦ ପଇସାରେ ପହଞ୍ଚିଛି। ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିବାବେଳେ ୭୩ ପଇସା ହୋଇଛି। ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୯ ପଇସା ଥିବାବେଳେ ୧ ଟଙ୍କା ୧ ପଇସା ହୋଇଛି । ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ଥିବାବେଳେ ୧ ଟଙ୍କା ୨୩ ପଇସା ହୋଇଛି।
Comments are closed.