Odisha Link
Bridging the Missing Links in Odisha

ଦିଲ୍ଲୀବାସୀ ଆମ କାମ ଦେଖି ଭୋଟ୍‌ ଦେବେ: କେଜରିଓ୍ବାଲ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଯାହାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଅଙ୍କକଷା ଆରମ୍ଭ କରିଲେଣି। ନିର୍ବାଚନ ତାରିଖ ଘୋଷଣା ହେବା ପରେ
ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରରିଓ୍ବାଲ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜରିଓ୍ବାଲ କହିଛନ୍ତି ଯେ, ‘‘ଗତ ୫ ବର୍ଷ ଭିତରେ ଦିଲ୍ଲୀର ଅନେକ ବିକାଶମୂଳକ କାମ ହୋଇଛି। ଏସବୁକୁ ନେଇ ଦିଲ୍ଲୀର ଘର ଘର ବୁଲି ଭୋଟ୍‌ ମାଗିବି। ଯଦି ମୁଁ ଭଲ କରିଛି ତାହାଲେ ମତେ ଭୋଟ୍‌ ଦେବ, ନାହିଁ ତ ଭୋଟ୍‌ ଦେବନି’’, ବୋଲି କହିଛନ୍ତି ଶ୍ରୀ କେଜରିୱାଲ।

ଏଥିସହିତ ସେ କହିଛନ୍ତି ଯେ, ତାଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି ଆଗମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ‘‘ଦିଲ୍ଲୀବାସୀ ଏଥର କାମ ଦେଖି ଭୋଟ୍‌ ଦେବେ। ଗତ ୫ ବର୍ଷ ଭିତରେ ଆମେ ଦିଲ୍ଲୀରେ ସ୍କୁଲ ଓ କଲେଜ ନିର୍ମାଣ କରିଛୁ। ୭୦ ବର୍ଷ ଭିତରେ ଯାହା ହୋଇ ନଥିଲା ତାହା ଗତ ୫ ବର୍ଷ ଭିତରେ ସମ୍ଭବ ହୋଇଛି। ଆମ କାମ ଦେଖି ଲୋକ ଆମକୁ ଖୁସିରେ ଭୋଟ ଦେବେ’’, କହିଛନ୍ତି କେଜରିୱାଲ।

‘‘ଦିଲ୍ଲୀରେ ଯେଉଁ ସ୍କୁଲ ନିର୍ମାଣ ହୋଇଛି ସେଥିରେ ସବୁ ଦଳର ପିଲାଙ୍କ ପାଠ ପଢୁଛନ୍ତି। ଆମେ ସବୁ ଦଳର ଲୋକଙ୍କ ପାଖକୁ ଯିବୁ ଏବଂ ଭୋଟ୍‌ ମାଗିବୁ। ସକରାତ୍ମକ ମନୋଭାବ ନେଇ ଆମେ ନିର୍ବାଚନ ଲଢ଼ିବୁ’’, କହିଛନ୍ତି କେଜରିୱାଲ।

Comments are closed.