ଜୟପୁର ସାହିତ୍ୟ ଉତ୍ସବ ୨୦୨୦: ଯୋଗଦେବେ ଓଡ଼ିଆ ଓ ସାନ୍ତାଳୀ ସମେତ ୧୪ ଭାରତୀୟ ଭାଷାର ଅତିଥି

ଭୁବନେଶ୍ବର: ଚଳିତ ମାସ ୨୩ରୁ ୨୭ ତାରିଖ ୫ ଦିନ ଧରି ରାଜସ୍ଥାନର ରାଜଧାନୀ ଜୟପୁର ସହରରେ ଅନୁଷ୍ଠିତ ହେଉଛି ୧୩ତମ ଜୟପୁର ସାହିତ୍ୟ ଉତ୍ସବ। ବିଶ୍ବର ସବୁଠୁ ବଡ଼ ସାହିତ୍ୟ ଉତ୍ସବ ଭାବେ ଜଣାଶୁଣା ଜୟପୁର ଲିଟରେଚର ଫେଷ୍ଟିଭାଲ ୨୦୨୦ର ଅତିଥି ତାଲିକାରେ ଏଥର ଦେଶ ବିଦେଶର ୩୦୦ରୁ ଅଧିକ ବକ୍ତାଙ୍କ ସମେତ ୧୪ଟି ଭାରତୀୟ ଭାଷାର ଲେଖକ ମଧ୍ୟ ସାମିଲ ଅଛନ୍ତି। ଏ ୧୪ ଭାଷା ମଧ୍ୟରେ ଓଡ଼ିଆ ମଧ୍ୟ ରହିଛି।
ଓଡ଼ିଆ ଭିନ୍ନ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ହେଲା ଅହମିୟା, ବଙ୍ଗଳା, ଗୁଜରାତି, ହିନ୍ଦୀ, ମଲାୟଲମ୍, ମରାଠୀ, ନାଗା, ପ୍ରାକୃତ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ ଓ ଉର୍ଦ୍ଦୁ। ଜଗତୀକରଣ ସମୟରେ ଆମ ଭାରତୀୟ ଭାଷାର ଦୀର୍ଘକାଳୀନ ପରମ୍ପରା ଓ ଗୌରବ ବାବଦରେ ଆଲୋଚନା କରିବା ସହ ଭାଷାସାହିତ୍ୟର ଜଣାଅଜଣା ସମ୍ପଦକୁ ସାମନାକୁ ଆଣିବା ଏହାର ଲକ୍ଷ୍ୟ ବୋଲି ଆୟୋଜକ ଅନୁଷ୍ଠାନ ଟିମ୍ଓ୍ବାର୍କ ଆର୍ଟ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତରେ ଜ୍ଞାନ, ଅଧ୍ୟୟନ ଓ ପରମ୍ପରାା ମୌଳିକ ଭାଷା ଭାବେ ଜଣାଶୁଣା ସଂସ୍କୃତଏଥର ଉତ୍ସବରେ ସ୍ବତନ୍ତ୍ର ସ୍ଥାନ ପାଇଛି। ସଂସ୍କୃତ-କାତାଲାନ୍ ଓ ସଂସ୍କୃତ-ସ୍ପାନିଶ୍ ଶବ୍ଦକୋଷର ଲେଖକ ଓସ୍କାର ପୁଜୋଲ, ଆମେରିକାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ର ମୁଖ୍ୟ ମଧୁ ଗୋଡ଼ବୋଲେ, କବି ଓ ଗବେଷକ ମକରନ୍ଦ ପାରାନଜାପେ, ଲଣ୍ଡନ୍ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ରାଚାଲ୍ ଡୁଏର୍ ସଂସ୍କୃତକୁ ନେଇ ଏକ ସ୍ବତନ୍ତ୍ର ସଂପାନରେ ଯୋଗଦେବେ।
ଭାରତରେ ୨୨ଟି ସରକାରୀ ଭାଷା ଓ ହଜାର ହଜାର ମାତୃଭାଷା ରହିଛି। ତେଣୁ ବହୁବିଧ ଭାଷା ଓ ସାହିତ୍ୟକୁ ନେଇ ପରିପୁଷ୍ଟ ବିଶାଳ ଭାରତୀୟ ସାହିତ୍ୟ ଉପରେ “ମେନି ଲାଙ୍ଗୁଏଜେସ୍ ଓ୍ବାନ୍ ଲିଟରେଚର୍” ଶୀର୍ଷକ ଏକ ଆଲୋଚନା ସତ୍ରରେ ଅହମିୟା ଲେଖକ ଅରୁଣି କାଶ୍ୟା, ମଲାୟଲମ୍ ଲେଖକ କେଆର୍ ମୀରା ଓ ଇଂରାଜୀ ଲେଖକ ଶୁଭାଙ୍ଗୀ ସ୍ବରୂପ ନିଜର ସାହିତ୍ୟ ପାଠ କରିବେ।
Comments are closed.