ବିଜେପିର ଡ୍ୟାମେଜ କଣ୍ଟ୍ରୋଲ: ପ୍ରତାପ
ଭୁବନେଶ୍ୱର: ଆଜି କଟକରେ ସିଏଏ ସପକ୍ଷରେ ବିଜେପିର ଜନଜାଗରଣ ଯାତ୍ରା ଆରମ୍ଭ କରାଯାଇଛି। ବିଜେପି ପକ୍ଷୀରୁ ସାରା ଦେଶରେ ସିଏଏ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ସିଏଏ ପାଇଁ କଟକରେ ବିଜେପି ପକ୍ଷରୁ ଏକ ଜନଜାଗରଣ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି ।
ସେପଟେ ସିଏଏକୁ ନେଇ ବିଜେପିର ଜନସଚେତନତା ଅଭିଯାନକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ସମାଲୋଚନା କରିଛନ୍ତି। ସେ ଏହାକୁ ବିଜେପିର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି। ପୂର୍ବରୁ ସଚେତନ କରିଥିଲେ ଏଭଳି ସମସ୍ୟା ସୃଷ୍ଟି ହୋଇନଥାନ୍ତା ବୋଲି ପ୍ରତାପ ଦେବ କହିଛନ୍ତି।
Comments are closed.