ସିଏଏ ସମର୍ଥନରେ ୫୨ ଲକ୍ଷ ମିସ୍ଡ କଲ୍
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ୫୨ ଲକ୍ଷ ମିସ୍ଡ କଲ୍। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଜାରି କରାଯାଇଥିବା ସ୍ବତନ୍ତ୍ର ନମ୍ବର। ମାତ୍ର ୪ ଦିନ ମଧ୍ୟରେ ଦେଶବ୍ୟାପୀ ୫୨ ଲକ୍ଷ ମିସ୍ଡ କଲ୍ ଏହି ନମ୍ବରରେ ଆସିଛି। ଏତେ ସଂଖ୍ୟକ ମିସ୍ଡ କଲ୍ ଆସିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ଶୁକ୍ରବାର ବିଜେପି ପକ୍ଷରୁ ସିଏଏ ସମର୍ଥନରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯିବା ସହ ଏକ ଟୋଲ୍ ଫ୍ରି ନମ୍ବର (୮୮୬୬୨୮୮୬୬୨) ଜାରି କରାଯାଇଥିଲା। ଏହି ଆଇନକୁ ସମର୍ଥନ କରୁଥିବା ବ୍ୟକ୍ତି ଉକ୍ତ ନମ୍ବରରେ ମିସ୍ଡ କଲ୍ କରିବାକୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ମୋଟ ୬୮ ଲକ୍ଷ ମିସ୍ଡ କଲ୍ ଆସିଥିଲା। ସେଥିରୁ ୫୨ ଲକ୍ଷ ୭୨ ହଜାର ମିସ୍ଡ କଲ ଠିକ୍ ବୋଲି ଶାହା କହିଛନ୍ତି।
Comments are closed.