‘ଏକ୍ ଭିଲେନ୍ ୨’ ରେ ନଜର ଆସି ଏହି ନୂଆଁ କଳାକାର

ମୁମ୍ବାଇ : ବଲିିଉଡ଼ ନିର୍ଦ୍ଦେଶକ ମୋହିତ୍ ସୂରୀଙ୍କ ସିନେମା ‘ଏକ୍ ଭିଲେନ୍’ ଦର୍ଶକଙ୍କୁ ଅନେକ ପସନ୍ଦ ଆସିଥିଲା । ଏହି ସିନେମାରେ ଶ୍ରଦ୍ଧା କପୁର, ସିଦ୍ଧର୍ଥ ମଲହୋତ୍ରା ଓ ଭିଲେନ୍ ଚରତ୍ରରେ ରିତେଶ୍ ଦେଶମୁକ ନଜର ଆସିଥିଲେ । ତେବେ ଏହି ସିନେମାର ଦ୍ବିତୀୟ ଭାଗ ପ୍ରସ୍ତୁତ ହେବାକୁ ଯାଉଛି । କିନ୍ତୁ ସିନେମାଟି ପ୍ରଥମ ଭାଗ ଠାରୁ ଭିନ୍ନ ରହିବ ।
ସୂଚନା ଅନୁଯାୟୀ, ଏହି ସିନେମାରେ ଲଭ୍ଷ୍ଟୋରୀ ଦେଖିବାକୁ ମିଳିବ । ସିନେମାରେ ଜନ୍ ଓ ଆଦିତ୍ୟ ପରସ୍ପରର ବିପକ୍ଷରେ ଅଭିନୟ କରିବେ। କିନ୍ତୁ କିଏ ଭିଲେନ୍ ହେବ ଆଉ କିଏ ହିରୋ ସେ ବିଷୟରେ ଜଣାପଡ଼ିନାହିଁ । ଏଥିରେ କୌଣସି ଟପ୍ ହିରୋଇନ୍ଙ୍କୁ ନିଆଯିବ ।
କିଛିଦିନ ପୂର୍ବରୁ ଜନ୍ ଓ ଆଦିତ୍ୟଙ୍କୁ ମୋହିତ୍ ସୂରୀ ସିନେମାର କାହାଣୀ ଶୁଣାଇଥିଲେ। ସିନେମାର କାହାଣୀ ସେମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଦୁହେଁ ସିନେମା ସାଇନ୍ କରିଥିଲେ ।
Comments are closed.