Odisha Link
Bridging the Missing Links in Odisha

ଜେଏନୟୁ ସଭାପତି ସମେତ ୨୦ ଜଣଙ୍କ ନାଁରେ ଏତଲା

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ ୪ ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ ଶୁକ୍ରବାର ବିଶ୍ଵବିଦ୍ୟାଳୟ ସର୍ଭର ବନ୍ଦ କରିଦେଇଥିଲେ। ଫଳରେ ବିଶ୍ଵବିଦ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ୱିଣ୍ଟର ସେମିଷ୍ଟର ପଞ୍ଜୀକରଣ ବନ୍ଦ ହୋଇଯାଇଥିଲା। ସର୍ଭର ବନ୍ଦ କରିଥିବା ଛାତ୍ରମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରଡ କରାଯିବ ବୋଲି ଜେଏନୟୁ ପ୍ରଶାସନ କହିଛି। ଜେଏନୟୁରେ ଗତ ୪ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ଏକ ଛାତ୍ର ଗୋଷ୍ଠୀ ମୁହଁରେ ମୁଖା ବାନ୍ଧି ସେଣ୍ଟର ଫର ଇନଫର୍ମେଶନ ସିଷ୍ଟମ ପ୍ରକୋଷ୍ଠରେ ପ୍ରବେଶ କରି ପାୱାର ସପ୍ଲାଇ ବନ୍ଦ କରିଦେଇଥିଲେ। ଏଥିସହ ଦୁର୍ବୃତ୍ତ ମାନେ ଲାଠି, ରଡ୍‌, ଏସିଡ୍‌ ଠାରୁ ଆରମ୍ଭ କରି ଆହୁରି ବହୁ ପ୍ରକାରର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ଗୁଣ୍ଡାରାଜ ଚଳାଇଥିଲେ। ଏହି ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଆଜି ତମାମ୍‌ ଦେଶରେ ଛାତ୍ର ଅଶାନ୍ତି ତୀବ୍ର ହୋଇଛି।

Comments are closed.