ଜଙ୍ଗଲରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବାବେଳେ ଏବେ ତାଙ୍କ ମୃତଦେହ ମିଳିଛି। ସ୍ଥାନୀୟ ମୂଷାମାଟି ଜଙ୍ଗଲରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମିଲିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନଠାରୁ ବୋରିଗୁମ୍ମା ଆରଡବ୍ଲୁଏସଏସର ଜେଇ ଏମ୍.ଭେଙ୍କେଟେଶ୍ବର ରାଓ ନିଖୋଜ ଥିଲେ ଏବଂ ତାଙ୍କ ଫୋନ୍ ମଧ୍ୟ ଲାଗୁନଥିଲା। ଯନ୍ତ୍ରୀଙ୍କ ନିଖୋଜ ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ଫିଲ୍ଡ କାମ ତଦାରଖ କରିବାକୁ ତାଙ୍କ ସହିତ ଜୟପୁର ଆରଡବ୍ଲ୍ୟୁଏସଏସ ବିଭାଗ ଏସଡିଓ ଏବଂ ଠିକାଦାର ମଧ୍ୟ ଯାଇଥିଲେ। କିନ୍ତୁ ସେମାନେ ଘରକୁ ଫେରିଥିବା ବେଳେ ଯନ୍ତ୍ରୀ ସେମାନଙ୍କ ସହିତ ଫେରିନଥିଲେ। ସମସ୍ତେ ଏକାଠି ଯାଇଥିବାବେଳେ ଯନ୍ତ୍ରୀ କିପରି ନିଖୋଜ ରହିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.