Odisha Link
Bridging the Missing Links in Odisha

ସରକାରୀ ହିସାବ କମିଟିଙ୍କର ସପ୍ତମ ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାର ବିଭାଗୀୟ ସରକାରୀ ହିସାବ କମିଟିଙ୍କର ସପ୍ତମ ବୈଠକ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୧-୧୨ ବର୍ଷ ପାଇଁ ଦେଇଥିବା ରିପୋର୍ଟ ୨୦୧୩ର ରିେ ପାର୍ଟ ନଂ-୫ର ପାରା-୨.୨କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା ।

ଏହାଛଡ଼ା ରାଜ୍ୟରେ ସରକାରୀ ଜାଗା ଜବରଦଖଲ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ କମିଟିର ସଭ୍ୟ/ସଭ୍ୟା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗର ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.