ସିନେମା ପରଦାରେ କଶ୍ମୀର ପଣ୍ଡିତଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ବର: ଜମ୍ମୁ ଓ କଶ୍ମୀର ଉପତ୍ୟକାରୁ ବିତାଡ଼ିତ କଶ୍ମୀର ପଣ୍ଡିତଙ୍କ ଦୀର୍ଘ ୩୦ ବର୍ଷର ସଂଘର୍ଷ ଆଉ ଯାତନାଜର୍ଜର ଯାତ୍ରାକୁ ନେଇ ଆସୁଛି ବଲିଉଡ୍ ସିନେମା ‘ଶିକର’। ବିଧୁବିନୋଦ ଚୋପ୍ରାଙ୍କ ଏହି ସିନେମାର ଟ୍ରେଲର୍ ଆଜି ମୁକ୍ତିଲାଭ କରିଛି।
ନିଜ ଦେଶରେ ଶରଣାର୍ଥୀ ପାଲଟିଯାଇଥିବା କଶ୍ମୀର ପଣ୍ଡିତଙ୍କ କିଛି ସତ ଘଟଣା ଉପରେ ଏହି ସିନେମା ଆଧାରିତ ବୋଲି କୁହାଯାଇଛି। ୧୯୯୦ ମସିହା ଜାନୁଆରୀ ଓ ଫେବ୍ରୁଆରୀ ମାସରେ କଶ୍ମୀରରୁ ପ୍ରାୟ ୪ ଲକ୍ଷ ପଣ୍ଡିତ ଦେଶର ନିଜ ଘର ଛାଡ଼ି ଶରଣାର୍ଥୀ ଶିବିରକୁ ଆସିବାକୁ ବାଧ୍ୟ ହୋଇଥିଲେ। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିଧୁବିନୋଦ ଚୋପ୍ରା ଦୁଇ ନୂଆ ମୁହଁଙ୍କୁ ପରଦାକୁ ଛାଡ଼ିଛନ୍ତି; ସାଦିଆ ଓ ଆଦିଲ ଖାନ୍। ଏମାନଙ୍କୁ ଶାନ୍ତି ଧର ଓ ଶିକୁମାର ଧର ଭୂମିକାରେ ଦେଖିବାକୁ ମିଳିବ।
ସିନେମାଟି ଫେବ୍ରୁଆରୀ ୭ ତାରିଖରେ ମୁକ୍ତିଲାଭ କରିବ।
Comments are closed.