Odisha Link
Bridging the Missing Links in Odisha

ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରାରେ ୩୫ ମୃତ

ତେହେରାନ: ଆମେରିକାର ଏୟାର ଷ୍ଟ୍ରାଇକରେ ଆକ୍ରମଣରେ ନିହତ ଇରାନର ମେଜର ଜେନାରାଲ କସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଘଟିଛି ବଡ ଅଘଟଣ। ଅନ୍ତିମ ଶୋଭାଯାତ୍ରା ବେଳେ ଦଳାଚକଟା କାରଣରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ରୁ ଅଧିକ ଆହତ ହୋଇଛନ୍ତି। ଇରାନର ସରକାରୀ ଟିଭି ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଆଜି କରାଯିବାର ଥିଲା। ତାଙ୍କ ଜନ୍ମସ୍ଥାନ କରମାନେ ଠାରେ ସମୂହ ପ୍ରାର୍ଥନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଉଥିଲା। ଏହି ଶୋଭାଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। ଶୋଭାଯାତ୍ରାଟି ରାଜଧାନୀ ତେହରାନକୁ ଆସୁଥିବା ବେଳେ ହଠାତ୍‌ କରମାନେ ଠାରେ ହିଁ ଦଳଚକଟା ହୋଇଥିଲା।

ଇରାନର ଜରୁରୀ କାଳୀନ ମେଡିକାଲ ସର୍ଭିସ ମୁଖ୍ୟ ପୀରୁସାଇନ କୁଲୀବନ୍ଦଙ୍କ କହିବାନୁଯାୟୀ, ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ହୋଇଥିଲା। ଏଥିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।” ଇରାନର ସରକାରୀ ଟିଭି ଚ୍ୟାନେଲ ଦଳାଚକଟାରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି। ଗତ ଶୁକ୍ରବାର ଇରାକରେ ଆମେରିକା ଡ୍ରୋନ ଦ୍ୱାରା ହମଲା କରିଥିଲା। ବାଗଦାଦ ଏୟାରପୋର୍ଟକୁ ଯାଉଥିବା ସୁଲେମାନୀ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।

Comments are closed.