ଦ୍ବିତୀୟ ଥର ବାତିଲ ହେଲା ମୋଦୀଙ୍କ ଆସାମ ଗସ୍ତ

ଗୁଆହାଟି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ଦ୍ୱତୀୟ ଥର ପାଇଁ ବାତିଲ କରି ଦିଆଯାଇଛି। ଆସନ୍ତା ଜାନୁଆରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ ୨୦୨୦’କୁ ଉଦ୍ଘାଟନ କରିବା ପାଇଁ ଆସାମ ଗସ୍ତର କାର୍ଯ୍ୟକ୍ରମ ରହିଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଅଲ୍ ଆସାମ ଷ୍ଟୁଣ୍ଡେଣ୍ଟ ୟୁନିୟନ ପକ୍ଷରୁ ଆସାମର ବ୍ୟାପକ ଅଞ୍ଚଳରେ ଏବେବି ଜୋରଦାର ଆନ୍ଦୋଳନ ଅବ୍ୟାହତ ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ କରି ଦିଆଯାଇଛି।
ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଖେଲୋ ଇଣ୍ଡିଆର ସିଇଓ ଅବିନାଶ ଯୋଶୀ କହିଛନ୍ତି, ‘ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲୁ। କିନ୍ତୁ, ବର୍ତ୍ତମାନ ସୁଦ୍ଧା ତାଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରକାରର ପ୍ରତ୍ୟୁତ୍ତର ମିଳିନାହିଁ। ତେବେ, ଅଣଆନୁଷ୍ଠାନିକ ଭାବେ ଆମକୁ ଜଣାଇ ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ପାଇଁ ଆସାମ ଆସୁ ନାହାନ୍ତି’।
Comments are closed.