ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, କହିଲେ ବଡ଼ଦାଣ୍ଡକୁ …
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥ ଧାମ ହେଉଛି ବିଶ୍ବର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର। ସାରା ବିଶ୍ବରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ବିଶ୍ବାସର ପ୍ରାଣକେନ୍ଦ୍ର ହେଉଛି ପୁରୀ । ପୁରୀର ବଡ଼ ଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ। ବର୍ଷକୁ ଥରେ ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡ଼ ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।
ପୁରୀ ବଡ଼ଦାଣ୍ଡକୁ ମଦ, ମାଂସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା ।@CMO_Odisha @Puri_Official pic.twitter.com/966yjldPvR
— Pradipta Kumar Naik (@pradiptanaikbjp) January 7, 2020
ବଡ଼ ଦାଣ୍ଡକୁ ଆମିଷମୁକ୍ତ ସେଠାରେ ମଦ ବିକ୍ରିକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଦରକାର। ବଡ଼ଦାଣ୍ଡରେ ଥିବା ଅନେକ ରେଣ୍ଟୁରାଣ୍ଟଓ ହୋଟେଲରେ ମଦ, ଆମିଷ ବିକ୍ରି କରାଯାଉଛି। ଫଳରେ କେତେଜଣ ବିଳମ୍ବିତ ରାତ୍ରି ଏପରି କି ଦିନ ବେଳା ମଦ ପିଇ ବଡ଼ଦାଣ୍ଡରେ ବିଶୃଙ୍ଖଳା କରୁଥିବାର ନଜର ଅଛି ।
ଏହା ଦ୍ବାରା ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ମନରେ ଏକ ମକାରତ୍ମକ ଭାବନା ଆସୁଛି। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର। ଆଗରୁ ଅନେକ ସାଧୁ ସନ୍ଥ ଏହାର ଦାବି ଉଠାଇଛନ୍ତି । ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବୀ ପାଇଁ ଅନେକ ଅନେକ ପଦକ୍ଷେପ ନେଇଛନ୍ତି ,ଏହା ସ୍ବାଗତଯୋଗ୍ୟ। ଏହା ସହ ବଡ଼ଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି । ଆଶାକରୁଛି ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
Comments are closed.