Odisha Link
Bridging the Missing Links in Odisha

କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସବୁ ନିଷ୍ପତି ନିଆଯାଇଛି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ବତ୍ତି ନିଆଯାଇଛି। ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ବାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଏନଆଇଏନଏଲ,ଏମଏମଟିସି, ବିଏଚଇଏଲ, ଏନଏମଡିସି ସମେତ ୬ଟି ରାଷ୍ଟ୍ରାୟତ ଉଦ୍ୟୋଗର ଅଂଶଧନ ବିକ୍ରୀ ହେବା ନେଇ ବୈଠକରେ ନିଷ୍ପତି ନିଆଯାଇଛି।

ଆଜିର କ୍ୟାବିନେଟ ବୈଠକରେ ମୁଖ୍ୟତଃ ପୂର୍ବୋତ୍ତର ରାଜ୍ୟମାନଙ୍କର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। ପୂର୍ବୋତ୍ତର ୮ରାଜ୍ୟରେ ଗ୍ୟାସ ଗ୍ରିଡ ସ୍ଥାପନ କରିବା ସହ ଭାରତୀୟ ରେଳର ଇନ୍ଧନ ପାଇଁ ଇଂଲଣ୍ଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହା କହିଛନ୍ତି।

Comments are closed.