ଧାନ ମଣ୍ଡିରେ ଚାଲିଗଲା ଜୀବନ

ନୀଳଗିରି: ମୃତ୍ୟୁ ନିରାଟ ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଚାଲିଯିବ ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡିକୁ ଧାନ ବସ୍ତା ଟେକୁଥିବା ସମୟରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ପ୍ରତାପ ଚନ୍ଦ୍ର ବେହେରା (୫୭)। ବୁଧବାର ଧାନ ମଣ୍ଡିରେ ଧାନ ବସ୍ତା ଟେକୁଥିବା ସମୟରେ ହଠାତ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ତଳେ ପଡିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ପ୍ରତାପଙ୍କୁ ବରହମପୁର ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ପ୍ରତାପଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Comments are closed.