Odisha Link
Bridging the Missing Links in Odisha

ବିନା ହେଲମେଟରେ ରାଲି ପାଇଁ ଜୋରିମାନା ହେବ : ଟ୍ରାଫିକ ଡିସିପି

ଭୁବନେଶ୍ୱର: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଆହ୍ବାନ କ୍ରମେ ରାଜ୍ୟରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଥିବାବେଳେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।ବନ୍ଦ ପାଳନ ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କଂଗ୍ରେସ ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ବିଭିନ୍ନ ସଙ୍ଗଠନ ପକ୍ଷରୁ ବାଇକ ରାଲି କରାଯାଇଥିଲା ।

ତେବେ ଭାରତ ବନ୍ଦ ବେଳେ ବିନା ହେଲମେଟରେ ରାଲି ପାଇଁ ଜୋରିମାନା ହେବ । ସିସିଟିଭି ଫୁଟେଜ ଆଧାରରେ ଜୋରିମାନା କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ଅନୁରୂପ କାର୍ଯ୍ୟ ପାଇଁ ମଧ୍ୟ ଜୋରିମାନା କରାଯାଇଥିଲା ।

Comments are closed.