ଭାରତକୁ ପ୍ରଶଂସା କଲା ଇରାନ, କହିଲା ଉତ୍ତମ ବନ୍ଧୁ ଭାରତ
ନୂଆଦିଲ୍ଲୀ: ଦିନକୁ ଦିନ ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଛି ତିକ୍ତତା। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ମିସାଇଲ ମାଡ଼ କରିଛି। ଯାହାରି ଫଳରେ ମଧ୍ୟପ୍ରାଚ୍ୟରେ ଅଶାନ୍ତ ଦେଖାଯାଇଛି। ହେଲେ ଏହାରି ମଧ୍ୟରେ ଭାରତକୁ ପ୍ରଶଂସା କରିଛି ଇରାନ।
ଆଜି ଭାରତକୁ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନୀ ପ୍ରଶଂସା କରିଛନ୍ତି। ଆମେରିକା ସହ ତିକ୍ତତା ଭିତରେ ମଧ୍ୟ ଇରାନ ରାଷ୍ଟ୍ରଦୂତ ଏହିପରି ପ୍ରଶଂସା କରିଛନ୍ତି। ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଇରାନ ରାଷ୍ଟ୍ରଦୂତ କହିଛନ୍ତି। ଆମେ ଯୁଦ୍ଧ ନୁହେଁ, ଶାନ୍ତି ବଜାୟ ରଖିବାକୁ ଚାହୁଁ ବୋଲି ଇରାନ କହିଛି। ଏଥିସହିତ ଇରାନର ଉତ୍ତମ ବନ୍ଧୁ ଭାରତ।
Comments are closed.