Odisha Link
Bridging the Missing Links in Odisha

ଦେଶରେ ଶ୍ରମିକ ହତାଶ: ନିରଞ୍ଜନ

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ସାରା ରାଜ୍ୟରେ ବସ୍‌ ଟ୍ରେନ୍ ଚଳାଚଳ ଠପ୍‌ ହୋଇଯାଇଛି। ଏହାର ପ୍ରଭାବ ମଧ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି।

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ। ସାରା ଦେଶରେ ଶ୍ରମିକ ହତାଶ ହେବା ସହ ଚାଷୀମାନେ ନିରାଶ ହେଉଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏଥିସହିତ ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସହ ଅର୍ଥନୀତି ବିପର୍ଯ୍ୟସ୍ତ ଘଟିଛି। ଅନ୍ୟପଟେ ଦେଶରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି ବୋଲି ନିରଞ୍ଜନ କହିଛନ୍ତି। ଦାବି ପୂରଣ ପାଇଁ ଆନ୍ଦୋଳନ କରିବା ଆମର ନୈତିକ ଦାୟିତ୍ବ। ବନ୍ଦ ବେଳେ ସାଧାରଣ ଜନତା ହଇରାଣ ହେଉଥିବାରୁ ଆମେ ଦୁଃଖିତ। ହେଲେ ଅତ୍ୟାବଶ୍ୟକ ସେବା ଜାରି ରହିଛି କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Comments are closed.