ଭାରତ ବନ୍ଦ ଯୋଗୁଁ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ସାରା ରାଜ୍ୟରେ ବସ୍ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ଏବଂ ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ। ସେହିପରି ବିଭିନ୍ନ ପ୍ରମୁଖ ସହରରେ ରେଳରୋକ ହେବା ଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକି ରହିଛି। ବସ ଚଳାଚଳ ବନ୍ଦ ଯୋଗୁଁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଅନୁଗୁଳ ସମେତ ସାରା ରାଜ୍ୟରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ରାଉରକେଲା, ବ୍ରହ୍ମପୁର, ଅନୁଗୁଳରୁ ରେଳରୋକ ହୋଇଥିବା ଫଳରେ ଟ୍ରେନ୍ ଯାତ୍ରୀ ବି ହନ୍ତସନ୍ତ ହୋଇଛନ୍ତି।
ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଇଛି। ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପରିଲିକ୍ଷତ ହୋଇଛି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ରେଳ ରୋକ ମଧ୍ୟ କରାଯାଇଛି । ମାଷ୍ଟରକ୍ୟାଂଟିନ, ବରମୁଣ୍ଡା, ବାଣୀବିହାର, ଆଚାର୍ଯ୍ୟ ବିହାରରେ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସିରହିଛନ୍ତି । ବରମୁଣ୍ଡାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି।
Comments are closed.