Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଆକ୍ସିସ୍ ବ୍ୟାଙ୍କର ୧୫ ହଜାର କର୍ମଚାରୀ

ମୁମ୍ବାଇ : ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କରୁ ଗତକିଛି ମାସ ମଧ୍ୟରେ ୧୫ ହଜାରରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏନେଇ ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଖବର ମୁତାବକ, ବ୍ୟାଙ୍କରେ ମଧ୍ୟମ ବର୍ଗରେ ଏବଂ ଶାଖାଗୁଡ଼ିକରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ବ୍ୟାଙ୍କର ପରିଚାଳନା ଟିମ୍‌ରେ ହୋଇଥିବା ବଡ଼ ଧରଣର ପରିବର୍ତ୍ତନ। ସେଥିପାଇଁ ଅନେକ ପୁରୁଣା କର୍ମଚାରୀ କାର୍ଯ୍ୟ କରିବାରେ ସମସ୍ୟାର ସାମ୍ନା କରିଥିଲେ। ନୂଆ ଢାଞ୍ଚାରେ କାମ କରିବାରେ ଅସୁବିଧା ହେବାରୁ ସେମାନେ ଇସ୍ତଫା ଦେଇଛନ୍ତି।

Comments are closed.