ଲଗାତାର ଭାବେ ବଢୁଛି ସୁନା ଦର

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଲାଗିରହିଥିବା ତିକ୍ତତାର ପ୍ରଭାବ ସୁନା ବଜାର ଉପରେ ପଡିଛି। ଫଳରେ ପ୍ରତିଦିନ ସୁନା ଦର ବଢିବାରେ ଲାଗିଛି। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୨,୧୨୦ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଉଛି। ସେହିପରି ଏକ କିଲୋ ରୁପାର ଦାମ୍ ୪୯,୫୦୦ ଟଙ୍କା ହୋଇଯାଇଛି। ବିଗତ ତିନିଟି କାରବାର ଦିବସ ଭିତରେ ସୁନା ମୂଲ୍ୟ ୨୦୦୦ ଟଙ୍କା ବଢ଼ିଥିବା ବେଳେ ରୁପା ଦାମ୍ରେ ୧୭୦୦ ଟଙ୍କାର ବୃଦ୍ଧି ଘଟିଛି।
ବିଗତ ତିନି ସପ୍ତାହକୁ ହିସାବକୁ ନିଆଯିବ ତେବେ ସୁନା ମୂଲ୍ୟରେ ୩୦୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ବିଶ୍ବରେ ସଙ୍କଟ ଦେଖାଦେଲେ ସୁନା ମୂଲ୍ୟ ପ୍ରଥମେ ବୃଦ୍ଧି ପାଇଥାଏ କାରଣ ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ଅଧିକ ମାତ୍ରାରେ ସୁନା କିଣିଥାନ୍ତି। ସଙ୍କଟ ସମୟରେ ସୁନାରେ ନିବେଶ ଏକ ସୁରକ୍ଷିତ ମାଧ୍ୟମ। ସେଥିପାଇଁ ସୁନାର ଚାହିଦା ବଢ଼ିବା ସହ ଦାମ୍ ବଢ଼ୁଛି।
Comments are closed.