Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଡ୍ରାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧିରିଲା ଭିଜିଲାନ୍ସ ।
ସୁଚନା ଅନୁସାରେ ଭଦ୍ରକ ଜିଲ୍ଲା ର ସାଳନ୍ଦୀ ନଦୀ ବନ୍ଧ ନିକଟ ରୁ ତୁମ୍ବାପଦି ପର୍ଯ୍ୟନ୍ତ ସିସି ରୋଡ଼ କାମ ହୋଇଛି । ଉକ୍ତ କାମର ବିଲ ପାସ୍‌ କରାଇଦେବା ପାଇଁ ପ୍ରିୟବ୍ରତ ପଣ୍ଡା 30000 ଟଙ୍କା ଦାବି କରିଥିଲେ। ତେବେ ଗୁରୁବାର ଦିନ ଠିକାଦାରଙ୍କ ଠାରୁ 30000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି ।

Comments are closed.