Odisha Link
Bridging the Missing Links in Odisha

ଦିଲ୍ଲୀର ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍‌ପିଟାଲର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନଥିଲେ ମଧ୍ୟ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।

ପତପରଗଞ୍ଜରେ ଥିବା ଏକ ତିନି ମହଲା ବିଶିଷ୍ଟ ପେପର ପ୍ରିଣ୍ଟିଂ ପ୍ରେସରେ ରାତି ପ୍ରାୟ ୨.୪୦ରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁକୁ ଆୟତ୍ତ କରିବାକୁ ୩୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ଉଦ୍ଧାରବେଳେ ଗୋଦାମରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସେହିପରି ନୋଏଡାର ସେକ୍ଟର ୨୪ରେ ଥିବା ୭ ମହଲା ବିଶିଷ୍ଟ ଇଏସ୍‌ଆଇ ହସ୍ପିଟାଲରେ ସକାଳୁ ନିଆଁ ଲାଗିଯାଇଥିଲା। ପ୍ରଥମେ ହସ୍ପିଟାଲର ବେସମେଣ୍ଟରେ ନିଆଁ ଲାଗିଥିଲା ଏବଂ ପରେ ନିଆଁ ହସ୍ପିଟାଲର ଅନ୍ୟ ଆଡେ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡର କାରଣବର୍ତ୍ମାନ ସୁଧା ଜଣାପଡ଼ିନାହିଁ।

Comments are closed.