ମୁମ୍ବାଇ ପୁଲିସକୁ ବଡ଼ ସଫଳତା, ଦାଉଦର ଡାହଣ ହାତ ଗ୍ୟାଙ୍ଗଷ୍ଟାର ଏଜାଜ ଗିରଫ

ମୁମ୍ବାଇ: ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ୍ର ଡାହଣ ହାତ କୁହାଯାଉଥିବା ଗ୍ୟାଙ୍ଗଷ୍ଟାର ଏଜାଜ ଲକଡ଼ାବାଲାକୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ମୁମ୍ବାଇର ଆଣ୍ଟି ଏକ୍ସଷ୍ଟେନସନ ସେଲ ଆଜି ପୁନେରୁ ଗ୍ୟାଙ୍ଗଷ୍ଟାର ଏଜାଜକୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରିବା ପରେ ୨୧ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହାଜରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Joint CP Crime, Santosh Rastogi on arrest of gangster Ejaz Lakadwala: His daughter was in our custody. She gave a lot of information to us. Our sources also told us about his arrival in Patna,he was arrested in Jattanpur police station limits https://t.co/KHVuAUwTDv pic.twitter.com/jiHsBznV2Y
— ANI (@ANI) January 9, 2020
ମୁମ୍ବାଇ ପୁଲିସର ଅପରାଧ ଶାଖାର ସଂଯୁକ୍ତ ପୁଲିସ୍ କମିଶନର ସନ୍ତୋଷ ରସ୍ତୋଗୀ କହିଛନ୍ତି ଯେ, ଗ୍ୟାଙ୍ଗଷ୍ଟାର ଏଜାଜର ଝିଅ ଆମ ହେପାଜତରେ ଅଛି। ସେ ଆମକୁ ବହୁତ ତଥ୍ୟ ଦେଇଛି। ଯାହାରିଫଳରେ ଆମେ ଧରିବାରେ ସଫଳ ହେଲୁ।
Comments are closed.