Odisha Link
Bridging the Missing Links in Odisha

ପଦୋନ୍ନତି ଅଦାଲତ ଗଠନ କଲେ ରାଜ୍ୟ ସରକାର, ଜାଣନ୍ତୁ ଏହାର କାମ କଣ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଚାକିରିଆଙ୍କୁ ପଦୋନ୍ନତି ପାଇଁ ଆଉ ବୁଲିବାକୁ ପଡିବନି କାରଣ ରାଜ୍ୟ ସରକାର ଗଠନ କରିଛନ୍ତି ‘ପଦୋନ୍ନତି ଅଦାଲତ’। ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି ପାଇପାରିବେ, ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ। ଏହି ସମସ୍ତ ମଧ୍ୟରେ ଯେଉଁ କର୍ମଚାରୀମାନେ ବିଭିନ୍ନ କାରଣୁ ପଦୋନ୍ନତି ପାଇପାରି ନାହାନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ। ପ୍ରତିବର୍ଷ ଜାନୁଆରୀ ମାସ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ ଏବଂ କୌଣସି କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀ ମାନଙ୍କ ସମସ୍ୟାର ଏହି ଅଦାଲତ ଜରିଆରେ କରାଯିବ।

ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନେ ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅଦାଲତର ଦ୍ବାରସ୍ଥ ହୋଇଥାନ୍ତି। ତେଣୁ ଏହି ଅଦାଲତ ଗଠିତ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି କୁହାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଜାରି କରି ସ୍ପଷ୍ଟ କରାଯାଇଛି।

Comments are closed.