Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀ ବିନୟ ଶର୍ମା ପହଞ୍ଚିଲା ସୁପ୍ରିମକୋର୍ଟ, ଦାଖଲ କଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଫାଶି ଦଣ୍ଡ ପାଇବାକୁ ଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ଭୟା ମାମଲାରେ ଡେଥ ଓ୍ବାରେଣ୍ଟ ପାଇଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ ଶର୍ମା ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି। ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀଙ୍କ ଏହା ହେଉଛି ଶେଷ ପ୍ରୟାସ। କେବଳ ଏତିକି ନୁହେଁ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ଅଭିଯୁକ୍ତ ।

ସୂଚନାଥାଉକି, ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ। କୋର୍ଟ ୪ ଦୋଷୀଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କରିଛି। ପଟିୟାଲା ହାଉସ୍ କୋର୍ଟ ଏହି ୱାରେଣ୍ଟି ଜାରି କରିଥିଲେ। ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଥିବା ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ପବନ କୁମାରର ପିତା ଏହି ଫାଶୀ ଦଣ୍ଡାଦେଶକୁ ଅଟକାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଗତ ସୋମବାର କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।

Comments are closed.