Odisha Link
Bridging the Missing Links in Odisha

କାଲି ଓଡ଼ିଶା ଆସୁଛନ୍ତି ଗିରିରାଜ ଓ ବାବୁଲ ସୁପ୍ରିୟୋ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ବାବୁଲ ସୁପ୍ରିୟୋ ଓଡ଼ିଶା ଆସିବେ। ବାବୁଲ ସୁପ୍ରିୟୋ ଶୁକ୍ରବାର ବ୍ରହ୍ମପୁରରେ ସିଏଏ ସମର୍ଥନରେ ଆୟୋଜିତ ହେବାକୁ ଥିବା ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୧୧ ତାରିଖ ଦିନ ଗିରିରାଜ ସିଂ ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରାଲିରେ ଉଦବୋଧନ ଦେବେ। ଦୁଇ ନେତାଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.