Odisha Link
Bridging the Missing Links in Odisha

ଟ୍ୟାଙ୍କର ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଳିଗଲା ଟ୍ୟାଙ୍କର

ରାୟଗଡା: ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ପୋଲ ଉପରେ ଟ୍ୟାଙ୍କର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଟ୍ୟାଙ୍କରଟି ପେରକସାଇଡ ନେଇ ବିଶାଖାପାଟଣାରୁ ଜେକେପୁର ଅଭିମୁଖେ ଆସୁଥିଲା । ବିପରୀତ ଦିଗରୁ ଯାଉଥିବା ଲୁହା ବୋଝେଇ ଟ୍ରକଟି ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ଆଜି ଭୋରରୁ ଘଟିଛି ଏହି ଦୁର୍ଘଟଣା। ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ପୋଲ ନିକଟରେ ପେରକସାଇଡ ବୋଝେଇ ଟ୍ରକ୍ ସହ ଲୁହା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।
ଟ୍ୟାଙ୍କରଟି ପେରକସାଇଡ ନେଇ ବିଶାଖାପାଟଣାରୁ ଜେକେପୁର ଅଭିମୁଖେ ଆସୁଥିଲା। ବିପରୀତ ଦିଗରୁ ଯାଉଥିବା ଲୁହା ବୋଝେଇ ଟ୍ରକଟି ଟ୍ୟାଙ୍କରକୁ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର କ୍ୟାବିନ ସହ ପଛର କିଛି ଅଂଶ ପୋଡିଯାଇଛି। ଜଳୁଥିବା ଟ୍ୟାଙ୍କରରୁ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Comments are closed.