Odisha Link
Bridging the Missing Links in Odisha

ଲୁଟେରା ଝାମ୍ପିଲା ବେଳେ ବାଇକରୁ ଖସି ପଡ଼ିଲେ ମହିଳା

ବ୍ରହ୍ମପୁର: ବ୍ୟାଗ ଝାମ୍ପି ଟଙ୍କା ଲୁଟ ବେଳେ ବାଇକରୁ ଜଣେ ମହିଳା ପଡ଼ି ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡି ଥାନା ଅନଙ୍ଗପୁର ରାସ୍ତାରେ ଏଭଳି ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ବାଇକରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ଅନଙ୍ଗପୁର ରାସ୍ତାରେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ବାଇକରେ ୨ ଜଣ ଲୁଟେରା ଆସି ୩୫ ହଜାର ଟଙ୍କା ଥିବା ଉକ୍ତ ବ୍ୟାଗକୁ ଝାମ୍ପି ନେଇଥିଲେ। ଏହି ସମୟରେ ବାଇକରୁ ପଡ଼ି ମହିଳାଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.