Odisha Link
Bridging the Missing Links in Odisha

ଘୁଞ୍ଚିଲା ବଂଶଧାରା ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚିଲା ବଂଶଧାରା ଶୁଣାଣି। ବଂଶଧାରା ଜଳବିବାଦ ମାମଲାରେ ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଛି। ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ଲିଭ୍ ପିଟିସନ୍‌ ଶୁଣାଣି ପରେ ଟ୍ରିବ୍ୟୁନାଲ ଶୁଣାଣି ହେବ। ସୁପ୍ରିମକୋର୍ଟରେ ମାର୍ଚ୍ଚ ୪ରେ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ ୨ଟି ଲିଭ୍ ପିଟିସନ୍‌ ଦାୟର ହୋଇଛି। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲଙ୍କ ଦ୍ବାରା ମଧ୍ୟାହ୍ନରେ ଯୁଗ୍ମ ସର୍ଭେ ନିର୍ଦ୍ଦେଶ ଶୁଣାଣିର କାର୍ଯ୍ୟାନୁଷ୍ଠାନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା।

ଆଜି ବଂଶଧାରା ଜଳବିବାଦ ମାମଲାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଅଲଗା ଅଲଗା ଶୁଣାଣି ହେବାକୁଥିଲା। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ବଂଶଧାରା ଜଳବିବାଦ ମାମଲାର ୨୦୧୭ର ଚୂଡ଼ାନ୍ତ ରାୟକୁ ବିରୋଧ କରି ଦାଖଲ କରାଯାଇଥିବା ଏସଏଲପି ତଥା ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୨୦୧୯ର ଯୁଗ୍ମ ସର୍ଭେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ପିଟିସନର ଶୁଣାଣି ଏକତ୍ର ହେବ ବୋଲି ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ସହିତ ଅକ୍ଟୋବର ସୁଦ୍ଧା ଯୁଗ୍ମ ସର୍ଭେ କାର୍ଯ୍ୟ ଶେଷ କରି ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ହେଲେ ଓଡ଼ିଶା ଯୁଗ୍ମ ସର୍ଭେ ପାଇଁ ରାଜି ହୋଇନଥିଲା ଏବଂ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା।

Comments are closed.