ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ଦେବଗଡ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିଲାକରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୨୩ ନଂ ଜାତୀୟ ରାଜପଥ ଖୁଲୁଣ୍ଡିପାଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ରାଉରକେଲାରୁ ଅନୁଗୋଳ ଯାଉଥିଲା ଶାରଳା ନାମକ ଯାତ୍ରୀବାହୀ ବସ୍ । ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.