ମାଲକାନଗିରି ଜିଲ୍ଲାପାଳଙ୍କୁ ଟାର୍ଗେଟ କଲେ ପ୍ରଦୀପ ମାଝୀ, କହିଲେ ଅଡିଓ କ୍ଲିପ.. (ଦେଖନ୍ତୁ ଭିଡିଓ)

ମାଲକାନଗିରି(ସୁରଜ କୁମାର ବେହେରା): ମାଲନାନଗିରି ବନ୍ଦ ବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବଡ ଖୁଲାସା। ଜିଲ୍ଲାପାଳ ମନିଷ ଅଗ୍ରୱାଲ ପିସି ନେଉଥିବା ସେ ରଖିଛନ୍ତି ପ୍ରମାଣ। ଆବଶ୍ୟକ ପଡିଲେ ଅଡିଓ କ୍ଲିପ ରିଲିଜ କରି ପର୍ଦ୍ଦାଫାଶ କରିବେ ବୋଲି ଦେଇଛନ୍ତି ଚେତାବନୀ।
ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଜିଲ୍ଲାପାଳ ଏଜେଣ୍ଟ ନିଯୁକ୍ତି କରି ବ୍ୟବସାୟୀ ଗୋଷ୍ଠୀଙ୍କ ଠାରୁ ପିସି ଆଦାୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ କହିଛନ୍ତି ଯେ, ଯେଉଁମାନଙ୍କ ଜିଲ୍ଲାପାଳ ଅଫିସରେ କାମ ରହୁଛି ସେମାନଙ୍କ ପାଖକୁ ଜିଲ୍ଲାପାଳଙ୍କ ଦ୍ବାରା ଭୁବନେଶ୍ବରରେ ନିଯୁକ୍ତ ଏକ ଏଜେଣ୍ଟ ଦ୍ବାରା ବିଭିନ୍ନ ଠିକା ଓ ବ୍ୟବସାୟୀ ସଙ୍ଘକୁ କଲ ଆସୁଛି। ଯାହାକୁ ପୂର୍ବରୁ ସାମ୍ବାଦିକ ସମ୍ନିଳନୀରେ ପର୍ଦ୍ଦାଫାଶ କରାଯାଇଛି। ଆବଶ୍ୟକ ପଡିଲେ ଜିଲ୍ଲାପାଳ ପିସି ନେଉଥିବାର ଅଡିଓ କ୍ଲିପ ସାର୍ବଜନୀନ କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା।
ଅନ୍ୟପଟେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ଘଟଣାର ଉଚିତ୍ ତଦନ୍ତ କରାଯାଇ ପରିବାରକୁ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଯଥାଶୀଘ୍ର ପୀଡିତ ପରିବାରକୁ ନ୍ୟାୟ ନମିଳିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରଦୀପ ମାଝୀ କହିଛନ୍ତି।
Comments are closed.