ଲାଇନ କାଟିଲେ ଆନ୍ଦୋଳନ ହେବ : ସୁର
ଭୁବନେଶ୍ବର: ୧୬ରୁ ବକେୟା ଖିଲାପୀଙ୍କ ବିଦ୍ୟୁତ କାଟ ନେଇ ସେସୁର ଘୋଷଣା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ। କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ କଡ଼ା ଚତେବନୀ ଦେଇ କେହିଛନ୍ତି ଯେ, ଯଦି ଗରିବ ଲୋକଙ୍କ ଲାଇନ କାଟାଯିବ ତେବେ ଏହାର ବିରୋଧ ପାଇଁ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ। ଏଥିପାଇଁ କଂଗ୍ରେସ ବଡ଼ ଧରଣର ଆନ୍ଦୋଳନ କରିବ। ଗାଁକୁ କାହାକୁ ପୂରାଇ ଦିଆଯିବ ନାହିଁ। ଏବେ ମୁଣ୍ଡ ଉପରେ ପିଲାମାନଙ୍କର ପରୀକ୍ଷା ଅଛି। ଏହି ନିଷ୍ପତ୍ତିକୁ ବଦଳାଅ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଗତକାଲି ବକେୟା ବିଦ୍ୟୁତ୍ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେସୁ ସିଇଓ ଅରୁଣ ବୋଥ୍ରା। ସେ କହିଥିଲେ ଯେ, ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ କହିଛନ୍ତି। ଯିଏ ବିଦ୍ୟୁତ୍ ବିଲ ପଇଠ କରିବ ନାହିଁ ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍ କାଟ୍ ଡ୍ରାଇଭ୍ କରିବ ବୋଲି କହିଛନ୍ତି। ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ୧୧, ୩୯୭ ଗାଁରେ ହେବ ବିଜୁଳି କାଟ୍ ।
ମୋଟ ବିଲର ୩୦% ପଇଠ କଲେ କିସ୍ତି ସୁବିଧା ମିଳିବ। ୨୫ହଜାରରୁ କମ ବିଲ୍ ବାକି ଥିଲେ ସେମାନଙ୍କୁ ୩ଟି କିସ୍ତିରେ ପଇଠ କରିବାକୁ ସୁବିଧା ଦିଆଯିବ ବୋଲି ଅରୁଣ ବୋଥ୍ରା କହିଛନ୍ତି। ସେହିପରି ୫୦ହଜାରରୁ କମ ବିଲ୍ ଥିଲେ ୪ଟି କିସ୍ତିରେ ପଇଠ କରିବାକୁ ସୁବିଧା ମିଳିପାରିବ। ୧ଲକ୍ଷ ୧୦ହଜାର ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି। ଏଥିରେ ୨୧କୋଟି ଆଦାୟ ହୋଇଥିବା ସୂଚନା ମିଳିଛି। ୧୯.୭୧କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଏବେ ବି ବାକି ରହିଛି। ଏନେଇ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠିତ ହୋଇଛି।
Comments are closed.