Odisha Link
Bridging the Missing Links in Odisha

ଟ୍ରଲର ମାଡରେ ଜୀବନ ହରାଉଛନ୍ତି ଶହ ଶହ ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡ଼ା: ବିଶ୍ୱରେ ଥିବା ଅଲିଭରିଡଲେଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଓଡିଶା ଉପକୂଳରେ ସମାଗମ ହୋଇଥାନ୍ତି। ଅଲିଭରିଡେଲ ରହୁଥିବା ରାଜନଗର ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅନେକ ଅଲିଭ ରିଡଲେ କଇଁଛ ମରି ଭାସୁଥିବା ଦେଖାଯାଇଛି। ବନବିଭାଗ, ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପକ୍ଷରୁ ପଇଁତରା କଡାକଡି କରାଯାଇଥିଲେ ବି ପ୍ରତ୍ୟେକ ବର୍ଷ ଏମିତି ଶହ ଶହ କଇଁଛ ସମୁଦ୍ରକୂଳରେ ମରି ଭାସୁଥିବାର ଦେଖାଯାଇଛି।
ସବୁପ୍ରକାରର କଟକଣା ସତ୍ୱେ ମାଛମାଫିଆ ସମୁଦ୍ର ମଧ୍ୟକୁ ପ୍ରବେଶ କରି ମାଛ ମାରୁଛନ୍ତି। ଫଳରେ ବୋଟ ମାଡରେ କଇଁଛଙ୍କ ମୃତ୍ୟୁ ଘଟୁଛି। କଇଁଛଙ୍କ ଆଗମନ ବର୍ଷକୁ କରୁଥିଲେ ବି ମୃତ୍ୟୁକୁ ରୋକାଯାଇପାରୁନାହିଁ। ଏହାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ବରୁଣେଇମୁହାଣ, ପେଣ୍ଠ, ସାତଭାୟା ଓ ବାବୁବାଲିଠାରେ ଶହ ଶହ ମଲା ଓ ମୁଣ୍ଡିବିହୀନ କଇଁଛ କୂଳରେ ଲାଗିଥିବା ଦେଖିବାକୁ ମିଳିଛି ।

Comments are closed.