ମୁଁ ନୋବେଲ୍ ପୁରସ୍କାରର ହକଦାର୍

ଓ୍ୱାଶିଂଟନ: ଚଳିତବର୍ଷ ହେବ ଆମେରିକାର ରାଷ୍ଚ୍ରପତି ନିର୍ବାଚନ। ଏଥିପାଇଁ ପ୍ରଚାର କରିଲେଣି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନୀ ପ୍ରଚାର ସମୟରେ ନିଜକୁ ନୋବେଲ ପୁରସ୍କାରର ହକଦାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ମାରିବା ପାଇଁ ସେ ଡ୍ରୋନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି କରି ସେ ଆମେରିକାବାସୀଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ଅନ୍ୟପକ୍ଷରେ ଗଣତାନ୍ତ୍ରିକ ନେତାମାନେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି , ବିନା କୌଣସି ବିଚାରରେ ଏହି ପଦକ୍ଷେପ ନିଆଯାଇଛି। ବିରୋଧି ସଂସଦରେ ଏହି ପ୍ରସ୍ତାବ ଉପରେ କହିଛନ୍ତି ଯେ ଟ୍ରମ୍ପଙ୍କୁ ଇରାନ୍ ବିପକ୍ଷରେ ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ କଂଗ୍ରେସ ସହ ଆଲୋଚନା କରିବା ଜରୁରୀ ଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାର , ତାଙ୍କୁ ଆଜି ପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ମିଳିନାହିଁ। ୨୦୧୯ ର ନୋବେଲ୍ ପୁରସ୍କାର ବିଜେତା ଇଥିଓପିୟାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦଙ୍କୁ ଦର୍ଶାଇ ସେ କହିଥିଲେ ଯେ ସେ ମଧ୍ୟ ଏହି ପୁରସ୍କାରର ହକଦାର । ଟ୍ରମ୍ପ କହିଛନ୍ତି ଯେ , ମୁଁ ଗୋଟିଏ ଦେଶକୁ ବଂଚାଇଛି ଏବଂ ମୁଁ ଶୁଣିଛି ଯଦି ଦେଶକୁ ବଂଚାଇଥିବା ପ୍ରମୁଖଙ୍କୁ ନୋବେଲ୍ ପୁରସ୍କାର ମିଳିଥାଏ । ଗତ ସପ୍ତାହରେ କାସିମ୍ ସୁଲେମାନୀର ହତ୍ୟା ଯୋଗୁଁ ଇରାନ୍ ଏବଂ ଆମେରିକା ଭିତରେ କ୍ଲେଶ ବଢିଯାଇଥିଲା । ଏହାର ଜବାବରେ ଇରାନ୍ ର ପଡୋଶୀ ଇରାକରେ ଥିବା ଆମେରିକାର ୨ ସୈନ୍ୟ ଆଡ୍ଡାରେ ମିସାଇଲ୍ ଆକ୍ରମଣ ହୋଇଥିଲା ।
Comments are closed.