ମୋଦୀଙ୍କ ପାଇଁ ଟଳିଲା ଇରାନ-ଆମେରିକା ଯୁଦ୍ଧ : ପ୍ରତାପ ଷଡଙ୍ଗୀ
ଭୁବନେଶ୍ବର: ମୋଦୀଙ୍କ ପାଇଁ ଟଳିଲା ଯୁଦ୍ଧ। ଇରାନ-ଆମେରିକା ମଧ୍ୟରେ ଆଶା କରାଯାଉଥିବା ଯୁଦ୍ଧ ମୋଦୀଙ୍କ ପାଇଁ ଟଳିଛି ବୋଲି କହିଛିନ୍ତ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତ ବୌଷୟିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛି ଏବଂ ସମସ୍ତେ ଏହି ନେତୃତ୍ବକୁ ସ୍ବୀକାର ମଧ୍ୟ କରୁଛନ୍ତି ବୋଲି ପ୍ରତାପ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ପରେ ଇରାନ-ଆମେରିକା ମଧ୍ୟରେ ବୃଦ୍ଧି ପାଇଥିବା ତିକ୍ତତା ଟଳି ଯାଇଥିବାରୁ ବିଶ୍ବସ୍ତରରେ ମୋଦୀଙ୍କୁ ପ୍ରଶଂସା କରାଯାଉଛି। ଇରାନ ମଧ୍ୟ ଏନେଇ ମୋଦୀଙ୍କୁ ପ୍ରଶଂସା କରିଛି ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ଗତକାଲି ଆମରିକାର ରାଷ୍ଟପତି ଡୋନାଲଡ ଟ୍ରମ୍ପ୍ ଗଣମାଧ୍ୟମରେ କହିଥିଲେ ଯେ, ଆମେରିକା ଯୁଦ୍ଧ ଚାହେଁ ନାହିଁ, ଶାନ୍ତି ଚାହେଁ। ଏଥିସହ ଇରାନ ରାଷ୍ଟ୍ରଦୂତ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ ଭାରତ ଚାହିଁଲେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।
Comments are closed.