Odisha Link
Bridging the Missing Links in Odisha

କଂଗ୍ରେସ ସ୍ଥିତି ସଜାଡ଼ିବା ପାଇଁ ୧୪ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ଏବଂ ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ରାଜ୍ୟରେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ପ୍ରଭାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ୧୪ ତାରିଖରେ ଶ୍ରୀ ସିଂହ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ରାଉରକେଲା ଜିଲ୍ଲା ଗସ୍ତ କରିବେ। ୧୫ ତାରିଖରେ ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ସହ ୧୭ ତାରିଖରେ ଭୁବନେଶ୍ବର, କଟକ ସହର ଓ ଖୋର୍ଦ୍ଧା ଗସ୍ତ କରି ସେଠାକାର ନେତୃତ୍ବମାନଙ୍କ ସହ ଆଲୋଚନା କରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବାକୁ ପରାମର୍ଶ ଦେବେ।

Comments are closed.