ମାଲକାନଗିରି ବନ୍ଦ ଡାକରାରୁ ପ୍ରତ୍ୟାହୃତ ହେଲା ଜିଲ୍ଲା କଂଗ୍ରେସ
ମାଲକାନଗିରି (ସୁରଜ କୁମାର ବେହେରା): ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ବନ୍ଦ ଡାକରାକୁ ପ୍ରତ୍ୟାହୃତ କଲା ଜିଲ୍ଲା କଂଗ୍ରେସ। ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ପାଳନ ପ୍ରତ୍ୟାହୃତ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଜିଲ୍ଲାପାଳଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି, ଆଜିର ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି କିନ୍ତୁ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ପ୍ରତି କାର୍ଯ୍ୟକ୍ରମ ଏବଂ ଗସ୍ତ ସମୟରେ ବିରୋଧ କରାଯିବ ବୋଲି ପ୍ରଦୀପ ମାଝୀ ମତ ରଖିଛନ୍ତି।
Comments are closed.