ପିଲାଙ୍କ ପେଟ ପାଇଁ ଲଣ୍ଡା ହେଲା ବିଧବା ମା, ୧୫୦ ଟଙ୍କାରେ…
![](https://www.odishalink.com/wp-content/uploads/2020/01/Prema....png)
ତାମିଲନାଡୁ: କଥାରେ ଅଛି ପେଟ ପାଇଁ ନାଟ। ଆଉ ଏହି ନାଟ ଭଲ ଭାବରେ ବୁଝିଥାଏ ଜଣେ ମା। ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର ଶିକାର ହୋଇ ଜଣେ ମା ତା ପିଲାଙ୍କ ପାଇଁ ଭୋକ ମେଣ୍ଟେଇବାକୁ ଯାଇ ନିଜେ ଲଣ୍ଡା ହୋଇ ଚୁଟି ବିକ୍ରି କରିଦେଇଛି। ଚୁଟି ବିକ୍ରି କରି ପାଇଥିବା ଟଙ୍କାରେ ପିଲାଙ୍କୁ ଖାଇବାକୁ ଦେଇଥିଲେ ମହିଳା ଜଣକ। କେବଳ ଏତିକି ନୁହେଁ ନିତିଦିନିଆ ଘଟଣାରୁ ବର୍ତ୍ତିବା ପାଇଁ ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଭଳି ଘଟଣା ଘଟିଛି ତାମିଲନାଡୁର ସଲେମ ଅଞ୍ଚଳରେ।
ସୂଚନାଥାଉକି, ତାମିଲନାଡୁର ସଲେମ ଅଞ୍ଚଳରେ ବସବାସ କରୁଥିବା ୩୧ ବର୍ଷିୟା ପ୍ରେମା ନାମକ ଏକ ମହିଳା ନିଜର ୩ଭୋକିଲା ଶିଶୁୁଙ୍କ ପେଟକୁ ଟିକିଏ ଦାନା ଦେବା ପାଇଁ ନିଜର ଚୁଟିକୁ ବିକ୍ରି କରିଦେଇଛି। ପ୍ରେମା ନାମକ ମହିଳା ଜଣଙ୍କର ,ଏକ ୫ବର୍ଷ, ୩ବର୍ଷ ଓ ୨ବର୍ଷର ଶିଶୁ ରହିଛନ୍ତି। ପିଲାଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ପ୍ରେମା ସାହି ପଡ଼ିଶାରେ ଥିବା ପଡୋଶୀଙ୍କଟୁ ଟଙ୍କା ଉଦ୍ଧାର ମାଗିଥିଲା ହେଲେ ଆଜି ଶୁକ୍ରବାର ଉଦ୍ଧାର ଦେଲେ ଅଶୁଭ ହୋଇଥାଏ ବୋଲି ପଡୋଶୀ କହିଥିଲେ।
ଏହାପରେ ପ୍ରମୋ ନିଜେ ଲଣ୍ଡା ହୋଇ ଚୁଟିକୁ ୧୫୦ ଟଙ୍କାରେ ବିକ୍ରି କରିଦେଇଥିବା ଖବର ପ୍ରସାର ହୋଇଛି। ସୂଚନାଥାଉକି, ପ୍ରେମାଙ୍କ ସ୍ବାମୀ ୭ମାସ ତଳେ ଆତ୍ମହତ୍ୟା କରିଦେଇଥିଲେ।
Comments are closed.